ସରକାରୀ ବିଭାଗ ବ୍ୟତିତ ଅନ୍ୟ କେହି କରୋନା ସମ୍ପର୍କିତ ତଥ୍ୟ ପ୍ରଦାନ କରିପାରିବେ ନାହିଁ
ଆଜି ରାତି ୧୨ଟା ଠାରୁ ସମଗ୍ର ଭାରତରେ କରୋନା ସମ୍ପର୍କରେ ଆପଦ ପ୍ରବନ୍ଧନ ଆକ୍ଟ ଲାଗୁ କରାଯାଇଛି । ଏହାର ଅନ୍ତର୍ଗତ ସରକାରୀ ବିଭାଗ ବ୍ୟତିତ ଅନ୍ୟ କୌଣସି ବ୍ୟକ୍ତି ବିଶେଷ କରୋନା ସଂପର୍କିତ ତଥ୍ୟ ପୋଷ୍ଟ (ପ୍ରଦାନ) କଲେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ସୋସିଆଲ ମିଡ଼ିଆ ଗ୍ରୁପର ଆଡମିନ୍ ନିଜ ନିଜ ଗ୍ରୁପ୍ ସଦସ୍ୟ ସଦସ୍ୟାଙ୍କୁ ଏହା ଅବଗତ କରାନ୍ତୁ ଯେ, କୋରୋନା ସମ୍ବନ୍ଧରେ କୌଣସି ତଥ୍ୟ ଗ୍ରୁପରେ ପୋଷ୍ଟ କରିବେ ନାହିଁ । ଏହାର ଅବମାନନା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି କେନ୍ଦ୍ର ସରକାର ।।
No comments