Breaking News

ପାଟଣାଗଡ଼ : ପୂର୍ବତନ ବିଧାୟକଙ୍କ ପରଲୋକ|

ଲୋଇସିଂହା ଡ଼ାକ୍ତରଖାନାରେ ରେ ମାହେଶ୍ୱରୀ ସଂଗଠନ ର ସଫେଇ କାର୍ଯ୍ୟ କ୍ରମ |

Loisingha Hospital
Loisingha Hospital 

  ଲୋଇସିଂହା (ବ୍ଲକ ପ୍ରତିନିଧି ସୋମ୍ୟରଞ୍ଜନ ମହାପାତ୍ର ) ଲୋଇସିଂହା ଡ଼ାକ୍ତରଖାନାରେ ରେ ମାହେଶ୍ୱରୀ ସଂଗଠନ ତରଫରୁ ଏକ ସଫେଇ କାର୍ଯ୍ୟ କରାଯାଇଥିଲା।ଏଥିରେ ସଂଗଠନର ସମସ୍ତ ସଦସ୍ୟ ଯୋଗଦେଇ କାର୍ଯ୍ୟ କୁ ଆଗେଇ ନେଇଥିଲେ।ଡ଼ାକ୍ତରଖାନା ପରିସର ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ, କିନ୍ତୁ ଏ ସବୁ ମଧ୍ୟରେ କିଛି ଅଭିଯୋଗ ଶୁଣିବାର ମିଲିଥିଲା।ଅଭିଯୋଗ ଗୁଡିକ ହେଲା 1)ଡ଼ାକ୍ତରଖାନାରେ ଆବଶ୍ୟକ ଅନୁସାରେ ଡ଼ାକ୍ତର ନାହାନ୍ତି।, 2)ପରିସ୍ରାଗାର ର ପରିଷ୍କାର ପାଇଁ ନିୟମିତ ସଫେଇ କରାଯାଉ ନାହିଁ ଓ ସଫେଇ ପାଇଁ ଆବଶ୍ୟକ  ଲୋକ ନାହାନ୍ତି।

ଏସବୁ ଅବସ୍ଥାରେ ରୋଗୀ ମାନେ ବାଧ୍ୟ ହୋଇ ଚିକିତ୍ସିତ ହେଉଛନ୍ତି। ମାହେଶ୍ୱରୀ ସଂଗଠନ
ର ସଦସ୍ୟ ମାନଙ୍କ ର ଦାବି ଯେ ଏ ସବୁ ଅବସ୍ଥାରେ ସୁଧାର ନ ଆସିଲେ ସେମାନେ ଆଗମୀ ଦିନ ରେ ଆନ୍ଦୋଳନ କରିବେ।  ଡ଼ାକ୍ତରଖାନାରେ ପିଇବା ପାଣି ର ମଧ୍ୟ ଠିକ୍ ଭାବରେ ସୁବିଧା ନାହିଁ। ଆବଶ୍ୟକତା ଅନୁସାରେ ପଖାଂ ମଧ୍ୟ ନାହିଁ।ନିୟମିତ ଡ଼ାକ୍ତରଖାନା ପରିସର କୁ ପରିଷ୍କାର ମଧ୍ୟ କରାଯାଉ  ନାହିଁ। ଏ ନେଈ ଲୋଇସିଂହା ଡ଼ାକ୍ତରଖାନା ଦାୟିତ୍ୱ ରେ ଥିବା ଅଫିସର କୈଣସି ମନ୍ତବ୍ୟ ଦେବାକୁ ସିଧାସଳଖ ମନା କରିଦେଇଥିଲେ। ଦେଖାଯାଉ ଆଗାମି ଦିନରେ ହସ୍ପିଟାଲ କର୍ତ୍ତୁପକ୍ଷ କିଭଲି  ପଦକ୍ଷେପ ନେଉଛନ୍ତି |

1 comment: