Breaking News

ପାଟଣାଗଡ଼ : ପୂର୍ବତନ ବିଧାୟକଙ୍କ ପରଲୋକ|

ଉଠବସ କଲେ ଜେଲ ଦଣ୍ଡ, ହେଲେ ଜୀବନରେ ମାରିଦେବାକୁ ଧମକ ଦେଲେ ମାଫ୍ |

ଦେଓଗାଁ : ବହୁଚର୍ଚ୍ଚିତ ପୂର୍ତ୍ତ ବିଭାଗ କନିଷ୍ଛ ଯନ୍ତ୍ରୀଙ୍କୁ ଜାତିଆଣା ଆକ୍ଷେପ କରି ସର୍ବସାଧାରଣରେ ଉଠବସ କରିବା ଘଟଣାରେ ପାଟଣାଗଡ ବିଧାୟକଙ୍କୁ ପୁଲିସ ଜେଲ ପଠାଇଛି | କିନ୍ତୁ ଦେ ଦେଓଗାଁ ବ୍ଲକ ଫଟାମୁଣ୍ଡା ଗ୍ରାମର ସୂଚନା ଅଧିକାର କର୍ମି ମଙ୍ଗନ ରାଏ ଙ୍କୁ ସରପଞ୍ଚଙ୍କ ସ୍ୱାମୀ ଧବଲେଶ୍ୱର ନାଏକ କିଛି ସମର୍ଥକ ଜାତିଆଣା ଆକ୍ଷେପ ମାରପିଟ କରି ହେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟଅନୁଷ୍ଠାନ ହୋଇ ନାହିଁ | ସୂଚନା ଥାଉକିଯେ ଶ୍ରୀ ରାଏ ଗାଇ ଗୁହାଳ ସଂପର୍କରେ ପଞ୍ଚାୟତକୁ କିଛି ତଥ୍ୟ ମାଗିଥିଲେ | କିନ୍ତୁ ତଥ୍ୟ ଦେବା ବଦଲରେ ଉପରଝର ସରପଞ୍ଚଙ୍କ ସ୍ୱାମୀ ଗତ 25 ତାରିଖ ସକାଳ 8ଟାରେ କିଛି ସମର୍ଥକଙ୍କ ସହିତ ଫଟାମୁଣ୍ଡା ଗାଁ ର ଶ୍ରୀ ରାଏ ଙ୍କ ଘରକୁ ଯାଇ ଅଭଦ୍ର ଭାଷାରେ ଗାଲି ଗୁଲଜ ଓ ଜାତିଆଣା ଆକ୍ଷେପ କିରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ସେହିପରୀ ଶ୍ରୀ ରାଏ ଙ୍କ ସ୍ତ୍ରୀ ପିନ୍ଧିଥିବା ଶାଢିକୁ ଟଣା ଓଟରା କରିଥିଲେ | ଏ ନେଇ ଶ୍ରୀ ରାଏ ଦେଓଗାଁ ଥାନାରେ ଲିଖିତ ଅଭି଼ଯୋଗ କରିବା ପରେ ପରେ ଥାନା କେସ୍ ନମ୍ବର 4/19 ରେ ମାମଲା ରୁଜୁ ହୋଇଛି | ଏଟ୍ରୋସିଟି ଧାରା ଲାଗିଥିବାରୁ ବଲାଙ୍ଗୀର ଏସଡିପିଓ ଶ୍ରୀମନ୍ତ ବାରିକ ତଦନ୍ତ ଦାୟିତ୍ୱ ନେଇଛନ୍ତି ବୋଲି ଥାନା ଅଧିକାରୀ ଲୋକନାଥ ଭୋଇ ପ୍ରକାଶ କରିଛନ୍ତି | ଲୋକେ ପ୍ରଶ୍ନ କରିଛନ୍ତି ଯେ ଯଦି ଜାତିଆଣା ଆକ୍ଷେପ କରି ବିଧାୟକ ଜେଲ ହୋଇପାରୁଛି ତେବେ ଜାତିଆଣା ଆକ୍ଷେପ ଓ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତିକୁ କାହିଁ କି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ?
ବୁଦ୍ଧିଜୀବି ମହଲରେ ଏହାର ଘୋର ନିନ୍ଦା କରାଯାଇଛି | ଆଗକୁ ଦେଖିବାକୁ ରହିଲା ପୋଲିସ ପ୍ରଶାସନ କିଭଲି ସରପଞ୍ଚଙ୍କ ସ୍ୱାମୀ ଉପରେ କାର୍ଯ୍ୟ ଅନୁଷ୍ଚାନ ଗ୍ରହଣ କରୁଛି |

No comments